Profile
Name
Pabitra Bhagabata
Description
ଓଡ଼ିଆ ସାହିତ୍ୟର କିମ୍ବଦନ୍ତୀ ପୁରୁଷ, ଓଡ଼ିଆ କବି ଏବଂ ସାଧକ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ଓଡ଼ିଶାରେ ଭକ୍ତି ଧାରାର ଜଣେ ମହାନ ଆବାହକ ବୋଲି କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ | ୧୪୯୦ ଖ୍ରୀଷ୍ଟାବ୍ଦ ରେ ଜନ୍ମିତ ଏହି ମହାପୁରୁଷ ଓଡ଼ିଆ ସାହିତ୍ୟର ପଞ୍ଚ ସଖାଙ୍କ ମଧ୍ୟରୁ ଜଣେ ଯାହାଙ୍କ ଲେଖନୀ ରୁ ନିସୃତ ଓଡ଼ିଶାର ଆଧ୍ୟାତ୍ମିକ ଜାଗରଣର ପ୍ରାଣକେନ୍ଦ୍ର ଏବଂ ମହାନ ସାହିତ୍ୟିକ ପୁରାଣ କୃତି "ଓଡ଼ିଆ ଭାଗବତ" |
ଶ୍ରୀ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତଟି ସଂସ୍କୃତରେ ବ୍ୟାସଦେବଙ୍କ ରଚିତ ଭାଗବତର ମର୍ମାନୁବାଦ | ବାର୍ଦ୍ଧକ୍ୟରେ ଅବତରିତ ନିଜ ବିଧବା ମାଙ୍କର ସଂସ୍କୃତ ରଚିତ ଭାଗବତର ଓଡ଼ିଆ ପଦ୍ୟରୂପ ଶୁଣିବାର ଅଭିଳାଷ ପୁରାଣ କରିବା ନିମନ୍ତେ ଶ୍ରୀ ଜଗନ୍ନାଥ ଦାସ ଗୋଟି ଗୋଟି ଅଧ୍ୟାୟର ପଦ୍ୟରୂପାନ୍ତର କରି ଶୁଣାଇବାକୁ ଲାଗିଲେ ଏହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା |
ଅତିବଡ଼ିଙ୍କ ରଚିତ ଓଡ଼ିଆ ଭାଗବତ ସର୍ବମୋଟ ୧୨ଟି ସ୍କନ୍ଧରେ ବିଭକ୍ତ | ପ୍ରତିଟି ସ୍କନ୍ଧ ୧୦ ରୁ ୩୦ ଟି ଅଧ୍ୟାୟରେ ବିଭକ୍ତ | ନବାକ୍ଷରୀ ଛନ୍ଦରେ ଭଵାନୁବାଦିତ ଓଡ଼ିଆ ଭାଗବତ ଏପରି ଭାବରେ ରଚିତ ଯେ ଯଦି ଗୋଟିଏ ଅଧ୍ୟାୟ ପ୍ରତ୍ୟେହ ପାଠ କରାଯାଏ ତେବେ ଏକ ବର୍ଷ ମଧ୍ୟରେ ଏହା ସମାପ୍ତ ହେବ |
ଭେଟି ଦେଉଛୁ ଆମ ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତିର ମହାଗ୍ରନ୍ଥ "ଭାଗବତ" ଏକ ଅଭିନବ ପରିବେଷଣ ଶୈଳୀରେ |

Subscribers
3.14K
Subscriptions
Friends (12)
Channel Comments
There are no comments for this user.
Add comment